Categories: ଜାତୀୟ

ଫଡନବିଶଙ୍କ ଅଭିଯୋଗକୁ ନେଇ ନୱାବ କହିଲେ କାଲି ପକାଇବେ ହାଇଡ୍ରୋଜେନ ବମ୍‌

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କର ଅଣ୍ଡରୱାର୍ଲଡ ସମ୍ପର୍କ ଥିବା କହିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ । ଏହାର ଉତ୍ତର ଦେବାକୁ ଯାଇ ମଲିକ କହିଛନ୍ତି ଫଡନବିଶଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ତାଙ୍କର ଅଣ୍ଡରୱାର୍ଲଡ ସହ କୌଣସି ସମ୍ପର୍କ ନାହିଁ । ଏହି ଅଭିଯୋଗ ପଛରେ କ’ଣ ଖେଳ ରହିଛି ତାହାର ଯବାବ ମଲିକ କାଲି ଅର୍ଥାତ୍ ବୁଧବାର ଦେବେ ବୋଲି କହିଛନ୍ତି । ଦେଢ ଲକ୍ଷର ଜମିକୁ ସେ କଉଡି ଦରରେ ନେଇଥିବା ଓ ଏଥିରେ ଘର କରି ୧୫୦ ଲୋକଙ୍କୁ ଦିଆଯାଇଥିବା ସେ କହିଛନ୍ତି । ତେଣୁ ଫଡନବିଶ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଟିକେ ଢଙ୍ଗରେ ଆଣିବା ଭଲ ବୋଲି ମଲିକ କହିଛନ୍ତି । ତେବେ ତାଙ୍କର ଅଣ୍ଡରୱାର୍ଲଡ ସହ କୌଣସି ସମ୍ପର୍କ ନ ଥିବା ସେ କହିବା ସହ ବୁଧବାର ସକାଳ ୧୦ଟାରେ ସେ ଅଣ୍ଡରୱାର୍ଲଡର ହାଇଡ୍ରୋଜେନ୍ ବମ୍ ପକାଇବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ନୱାବ ମଲିକ ୱାନଖେଡେଙ୍କ ସହ ଦେବେନ୍ଦ୍ର ଫଡନବିଶଙ୍କ ଉପରେ ବି ଅଭିଯୋଗ ଆଣିଥିଲେ । ସେ କହିଥିଲେ ମୁମ୍ବାଇରେ ଡ୍ରଗ୍ସ କାରବାର ଫଡବିଶଙ୍କ ଇସାରାରେ ହେଉଛି । ଏହାସହ ନୱାବ ଆହୁରି ମଧ୍ୟ କହିଥିଲେ କି ପ୍ରାଇଭେଟ ଆର୍ମି ମାଧ୍ୟମରେ ସମିର ୱାନଖେଡେ ଚାନ୍ଦା ଆଦାୟ କାମ କରୁଛନ୍ତି ।

Share