Categories: ଜାତୀୟ

ନୱାବ ମଲିକଙ୍କ ଉପରେ ଏନ୍‌ସିବିର ପାଲଟା ଆକ୍ରମଣ: ଏତେ ପ୍ରମାଣ ଯଦି ଅଛି କୋର୍ଟ କାହିଁକି ଯାଉ ନାହାନ୍ତି ନୱାବ

ମୁମ୍ବାଇ,୭ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ନୱାବ ମଲିକଙ୍କ ଦ୍ୱାରା ସମିର ୱାନଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଲଗାଯାଉଛି । ଏବେ ଏହାକୁ ନେଇ ଏନ୍‌ସିବି ଅଧିକାରୀମାନେ କହିଛନ୍ତି ଯଦି ନୱାବ ମଲିକଙ୍କ ପାଖରେ ଏତେ ପ୍ରମାଣ ରହିଛି ତେବେ ସେ କୋର୍ଟ କାହିଁକି ଚାଲି ଯାଉ ନାହାନ୍ତି । ଯେତେବେଳେ ନୱାବ ମଲିକ ଅଭିଯୋଗ କରିଥିଲେ କି କ୍ରୁଜ ଡ୍ରଗ୍ସ ମାମଲା ସମୟରେ ସମିର ୱାନଖଡେ ଦୁବଇ ଓ ମାଲଦିପରେ ଥିଲେ ଏହାସହ ସେ ଭାଜପା ନେତା ମୋହିତ କଂବୋଜଙ୍କ ସହ କଥା ହୋଇଥିଲେ ।
ସୂଚନାଯୋଗ୍ୟ, ନୱାବ ମଲିକ ଏକ ପ୍ରେସବାର୍ତ୍ତାରେ ଅଭିଯୋଗ ଆଣିଥିଲେ କି ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ମାମଲା ହେଉଛି ଅପହରଣ ଓ ମୁକ୍ତ କରିବାର ମାମଲା ଥିଲା । ଏଥିରେ ସମିର ୱାନଖଡେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ନୱାବ କହିଛନ୍ତି । ତେବେ କ୍ରୁଜ ପାର୍ଟି ପାଇଁ ଆର୍ଯ୍ୟନ ଖାଁ କୌଣସି ଟିକେଟ କିଣି ନ ଥିଲେ । । ପ୍ରତିକ ଗାବା ଓ ଆମିର ଫର୍ନିଚରୱାଲା ତାଙ୍କୁ ପାର୍ଟିକୁ ଡାକିଥିଲେ ।

Share