ନୂଆଦିଲ୍ଲୀ,୧୬।୫: ଏନସିପିର ବରିଷ୍ଠ ନେତା ନଓ୍ବାବ ମଲିକଙ୍କ ଅଡୁଆ କମିବାର ନାଁ ନେଉନାହିଁ। ତାଙ୍କର ନ୍ୟାୟିକ ହେପାଜତକୁ ୧୪ ଦିନ ପାଇଁ ବୃଦ୍ଧି କରାଯାଇଛି, ଏବେ ତାଙ୍କୁ ମେ’ ୩୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ଗତ ବର୍ଷ ୨୩ ଫେବୃୟାରୀ ୨୦୨୨ଠାରୁ ମଲିକ ଜେଲରେ ଅଛନ୍ତି।
ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ କୁର୍ଲା ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବମ୍ବେ ହାଇକୋର୍ଟରେ ବିଚାରାଧୀନ ଅଛି। କୁର୍ଲାରେ ଜମି କ୍ରୟ ମାମଲାରେ ଟଙ୍କା କାରବାର ଅଭିଯୋଗରେ ଇଡି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ନଓ୍ବାବ ମଲିକଙ୍କୁ ଗିରଫ କରାଯାଇଥିଲା।