Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନଓ୍ବାବ

ମୁମ୍ବାଇ,୭।୩: ଅର୍ଥ ହେରଫେର୍‌ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ମୁମ୍ବାଇର ସ୍ବତନ୍ତ୍ର ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ) କୋର୍ଟ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ହେପାଜତକୁ ପଠାଇଛନ୍ତିି। ତେବେ ଆଜି ତାଙ୍କର ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଅର୍ଥ ହେରଫେର ଅଭିଯୋଗରେ ଇଡି ଫେବୃୟାରୀ ୨୩ରେ ନଓ୍ବାବଙ୍କୁ ଗିରଫ କରିଥିଲା ।

 

 

Share