Categories: ଜାତୀୟ

ପୁଣି ଟାର୍ଗେଟ କଲେ ନବାବ: ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର

ମୁମ୍ବାଇ,୨୯।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା ଏକ ଷଡଯନ୍ତ୍ର। ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ଭାଜପା ଏହି ଷଡଯନ୍ତ୍ର ରଚିଛି। ବଲିଉଡକୁ ବଦନାମ କରିବାକୁ ଏହି ଷଡଯନ୍ତ୍ର କରାଯାଇଛି ବୋଲି ଏନ୍‌ସିବି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ କହିଛନ୍ତି। କ୍ରୁଜ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ସମାଲୋଚନା କରି ଆସୁଥିବା ମଲିକ ଏବେ ସିଧାସଳଖ ଭାଜପାକୁ ଟାର୍ଗେଟ କରିଛନ୍ତି।
କିଛି ମାସ ତଳେ ଫିଲ୍ମ ଜଗତ ସହିତ ସଂପୃକ୍ତ କେତେକ ବ୍ୟକ୍ତି ବିଶେଷ ନୋଏଡାରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିବା କଥା ସେ କହିଛନ୍ତି। ଏହା ସହିତ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ସେ ପୁଣି ଆକ୍ରମଣ କରିଛନ୍ତି। ସମୀର ଭୟଭୀତ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି।

 

Share