Categories: ଜାତୀୟ

ଖୋଲାଖୋଲି କହିବାରୁ ନଓ୍ବାବଙ୍କୁ ଟାର୍ଗେଟ କରାଗଲା: ପାଓ୍ବାର

ମୁମ୍ବାଇ,୨୩ା୨: କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି କହିବାରୁ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଟାର୍ଗେଟ କରାଗଲା ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ଦଳୀୟ ନେତା ନଓ୍ବାବଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଏନ୍‌ସିପି ଆଶଙ୍କା କରୁଥିଲା। ଅଣ୍ଡରଓ୍ବାଲର୍‌ଡ ଡନ୍‌ଙ୍କ ସହ ନଓ୍ବାବଙ୍କର କୌଣସି ସମ୍ପର୍କ ନାହିଁ। ମୁସଲମାନ ଆକ୍ଟିଭିଷ୍ଟ ଥିଲେ ସେଥିରେ ଦାଉଦ୍‌ଙ୍କ ନାମକୁ ଯୋଡ଼ାଯାଉଥିବାର କହିଛନ୍ତି ପାଓ୍ବାର। ୯୦ ଦଶକରେ ପାଓ୍ବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବାବେଳେ ସେଭଳି ବାତାରବଣ ସୃଷ୍ଟି କରାଯାଇ ତାଙ୍କୁ ଟାର୍ଗେଟ କରାଯାଉଥିଲା ବୋଲି ଏନ୍‌ସିପି ମୁଖ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share