ନୂଆଦିଲ୍ଲୀ,୨୨।୧୧: କୋଟିପତି ବ୍ୟବସାୟୀ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ପରସ୍ପରଠାରୁ ଅଲଟା ହୋଇଛନ୍ତି। ଦୀପାବଳି ପାର୍ଟୀରେ ନଓ୍ବାଜଙ୍କୁ ସାମିଲ ହେବାକୁ ଦିଆଯାଇ ନ ଥିବା ଭିଡିଓ ଭାଇରାଲ ହୋଇଥିଲା। ପରେ ଗୌତମ ସୋସିଆଲ ମିଡିଆରେ ପୋଷ୍ଟ କରି ନଓ୍ବାଜଙ୍କଠାରୁ ଅଲଗା ହୋଇଥିବା ସ୍ପଷ୍ଟ କରିଥିଲେ। ତେବେ ଏବେ ନଓ୍ବାଜ ସ୍ବାମୀଙ୍କ ଉପରେ ମାର୍ପିଟ କରୁଥିବା ଅଭିଯୋଗ କରିଛନ୍ତି।
ଏକ ପାର୍ଟୀରେ ସେ ଆଉ ତାଙ୍କ ଝିଅଙ୍କ ଉପରେ ଗୌତମ ଆକ୍ରମଣ କରିଥିଲେ। ସେତେବେଳେ ତାଙ୍କୁ ନୀତା ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ରକ୍ଷା କରିଥିବା ନଓ୍ବାଜ କହିଛନ୍ତି। ତେବେ ଏହି ମାମଲାରେ କିନ୍ତୁ ଗୌତମ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
କହିରଖୁଛୁ, ଗୌତମ ଏବେ ରେମଣ୍ଡ ଗ୍ରୁପର ଚେୟାରମ୍ୟାନ୍ ଏବଂ ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୧୬୬୦ କୋଟି ଟଙ୍କା। ଏବେ ନଓ୍ବାଜ ତାଙ୍କୁ ଛାଡ଼ପତ୍ର ଦେବାକୁ ନେଇ ସମ୍ପତ୍ତିରୁ ୭୫% ଭାଗ ମାଗିଛନ୍ତି।