ଇସଲାମାବାଦ୍,୨୨।୧୦: ବ୍ରିଟେନରେ ଚାରି ବର୍ଷ ଆତ୍ମନିର୍ବାସନ ଜୀବନ ବିତାଇବା ପରେ ପାକିସ୍ତାନ ଫେରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଲାହୋରରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି ସମୟରେ ନୱାଜ ସରିଫଙ୍କ ଭାଷଣରେ ବାଂଲାଦେଶ ଅଲଗା ହେବାର ଯନ୍ତ୍ରଣା ପ୍ରକାଶ ପାଇଥିଲା। ଯଦି ବାଂଲାଦେଶ ଆଜି ପାକିସ୍ତାନଠାରୁ ଅଲଗା ହୋଇ ନ ଥାନ୍ତା, ତେବେ ଆମେ ବହୁତ ଦୃଢ ସ୍ଥିତିରେ ଥାନ୍ତେ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ବୀକାର କରିଛନ୍ତି ଯେ, ଆଜି ବାଂଲାଦେଶ ପ୍ରଗତି ଦୃଷ୍ଟିରୁ ପାକିସ୍ତାନଠାରୁ ଆଗରେ ଅଛି। ଯଦି ପାକିସ୍ତାନ ପୂର୍ବ ପାକିସ୍ଥାନ (ବାଂଲାଦେଶ) ରୁ ଅଲଗା ହୋଇ ନ ଥାନ୍ତା, ତେବେ ଭାରତ ଦେଇ ଯାଇଥିବା ଏକ ଆର୍ଥିକ କରିଡର ହୋଇଥାନ୍ତା। ଆମେ ପାକିସ୍ତାନର ବିକାଶ ପାଇଁ ପଡ଼ୋଶୀ ଏବଂ ବିଶ୍ୱ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ। ମୋର ଇଚ୍ଛା ହେଉଛି ଏକ ପରିବର୍ତ୍ତିତ ପାକିସ୍ତାନ ଦେଖିବା। କଶ୍ମୀରର ସମାଧାନ ପାଇଁ ମଧ୍ୟ ଆମକୁ ଆଗକୁ ବଢିବାକୁ ପଡିବ। ରାଲି ମଞ୍ଚରେ ସରିଫଙ୍କ ଝିଅ ମରିୟମ ଏବଂ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।