ନଓ୍ବାଜ୍‌ ଶରିଫ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ୍‌,୨୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ପାକିସ୍ତାନ ହାଇକୋର୍ଟ ନଓ୍ବାଜଙ୍କୁ ଦୁର୍ନୀତିର ୨ଟି ମାମଲାରେ ଦୋଷମୁକ୍ତ କରିଛି। ୨୦୧୮ରେ ଦୁର୍ନୀତି ମାମଲାରେ ନଓ୍ବାଜ୍‌ଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ସେ ଇସଲାମାବାଦ୍‌ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ ଦେଇଥିଲେ। ମୁଖ୍ୟ ଜଜ୍‌ ଆମେର ଫାରୁକ ମିୟାଙ୍ଗୁଲ ହାସନଙ୍କଚୁ ନେଇ ଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଦଲିଲ ଶୁଣିବା ପରେ ନିଷ୍ପତ୍ତି ଶୁଣାଇଛନ୍ତି।
ଆଭେନଫିଲ୍ଡ ସମ୍ପତ୍ତି ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଜୁଲାଇ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଡିସେମ୍ବର ୨୦୧୮ରେ ତାଙ୍କୁ ଅଲ ଅଜିଜିଆ ଷ୍ଟିଲ ମିଲ୍ସ ମାମଲାରେ ସାତ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ନୱାଜ ଶରିଫ ୨୦୧୯ ରେ ଲଣ୍ଡନ ଯାଇଥିଲେ ଏବଂ ପରେ ସେ ପାକିସ୍ତାନକୁ ଫେରିଥିଲେ।

Share