ପାକିସ୍ତାନରେ ନଓ୍ବାଜ

ଇସଲାମବାଦ,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ପାକିସ୍ତାନ ଫେରିଛନ୍ତି। ନୱାଜଙ୍କ ବିମାନ ଦ୍ୱି ପ୍ରହର ୨ଟା ୫ସମୟରେ ଉମ୍ମିଦ-ଇ-ପାକିସ୍ଥାନ ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏୟାରପୋର୍ଟରେ ପହଞ୍ଚି ସେ ଇମିଗ୍ରେସନ ପ୍ରକ୍ରିୟା ଶେଷ କରିଛନ୍ତି। ଏହି ସମୟରେ ତାଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଇଶାକ ଦାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହାପରେ ସେ ଲାହୋର ଯିବାର ଯୋଜନା ରହିଛି। ନୱାଜଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ (ପିଏମଏଲ-ଏନ) ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଲାହୋରରେ ପହଞ୍ଚିବା ପରେ ତାଙ୍କ ଉପରେ ଫୁଲବର୍ଷା କରିବା ପାଇଁ ଦୁଇଟି ବିମାନକୁ ପ୍ରସ୍ତୁତ ରଖାଯାଇଛି। ନୱାଜ ବିମାନ ବନ୍ଦରରୁ ଘରକୁ ଯିବା ସମୟରେ ତାଙ୍କ ଦଳର ହଜାର ହଜାର କର୍ମୀ ଉପସ୍ଥିତ ରହିବେ। ତାଙ୍କ ରୋଡ ଶୋ ସମୟରେ ୨ଲକ୍ଷ ଲୋକ ଉପସ୍ଥିତ ରହିବେ ବୋଲି ଦଳ କହିଛି।

Share