ପାକିସ୍ତାନ ଫେରିବା ମାତ୍ରେ ନଓ୍ବାଜଙ୍କୁ ବଡ ଆଶ୍ୱସ୍ତି

ଇସଲାମାବାଦ,୨୪।୧୦: ଚାରି ବର୍ଷର ବ୍ୟବଧାନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଲଣ୍ଡନରୁ ଶନିବାର ନିଜ ଦେଶକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଷ୍ଟିଲ ମିଲ ମାମଲାରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ଅଲ ଅଜିଜିଆ ଷ୍ଟିଲ ମିଲ ମାମଲାରେ ନୱାଜ ଶରିଫଙ୍କ ଦଣ୍ଡକୁ ନିଲମ୍ବିତ କରିଦେଇଛନ୍ତି। ଯେଉଁଥିପାଇଁ ନୱାଜ ଶରିଫଙ୍କୁ ଏହି ମାମଲାରେ ଗିରଫ କରାଯିବ ନାହିଁ।

Share