ନିର୍ବାଚନ ଲଢିବେ ନଓ୍ବାଜ ସରିଫ

ଇସଲାମବାଦ,୭।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପାକିସ୍ତାନର ଆଗାମୀ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର। ସେ କହିଛନ୍ତି,‘ନୂତନ ନିର୍ବାଚନ ଅଧିନିୟମ ଅନୁଯାୟୀ ନଓ୍ବାବଙ୍କ ଉପରେ ପିଏମଏଲ-ଏନ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ବର୍ତ୍ତମାନ ନଓ୍ବାଜ ପାକିସ୍ତାନ ସୁଗାର ମାଫିଆ ଜାହାଙ୍ଗୀର ଖାନ ନିର୍ବାଚନ ଲଢିପାରିବେ।

ଦେଶର ଆଇନ ମନ୍ତ୍ରୀ କହିଛନ୍ତି – ପାକିସ୍ତାନର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ କାହାକୁ ଆଜୀବନ ନିର୍ବାଚନ ଲଢିିବା ପାଇଁ ବାସନ୍ଦ କରାଯିବ ନାହିଁ। କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୫ବର୍ଷ ଯାଏଁ ନିର୍ବାଚନରୁ ଦୂରେଇ ରଖିହେବ।

Share