ପିଏମ୍‌ଏଲ୍‌-ଏନ୍‌ ଜିତିଲେ ନଓ୍ବାଜ ଶରିଫ ପ୍ରଧାନମନ୍ତ୍ରୀ ହେବେ

ଲାହୋର,୮ା୮: ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନରେ ଯଦି ଶାସକ ପିଏମ୍‌ଏଲ୍‌-ଏନ୍‌ କ୍ଷମତାକୁ ଫେରେ ତେବେ ନଓ୍ବାଜ ଶରିଫ୍‌ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ତାଙ୍କ ଭାଇ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ କହିଛନ୍ତି। ଲାହୋରଠାରୁ ୫୦ କିମି ଦୂର କସୁରରେ ଏକ ସାଧାରଣ ସଭାକୁ ଉଦ୍‌ବୋଧନ ଦେଇ ଶେହବାଜ ଏହା କହିଥିଲେ। ୨୦୧୯ ନଭେମ୍ବରରୁ ୭୩ ବର୍ଷୀୟ ନଓ୍ବାଜ ବ୍ରିଟେନରେ ଆତ୍ମନିର୍ବାସନରେ ରହିଛନ୍ତି। ଅଲ୍‌-ଅଜିଜିଆ ମିଲ୍ସ ଓ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ସେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚିକିତ୍ସା ପାଇଁ ଲଣ୍ଡନ ଯିବା ପୂର୍ବରୁ ସେ ଅଲ୍‌ ଅଜିଜିଆ ଦୁର୍ନୀତି ମାମଲାରେ ଲାହୋରର କୋଟ୍‌ ଲଖପତ ଜେଲ୍‌ରେ ଥିଲେ।

Share