ପାକିସ୍ତାନ ଫେରିବେ ନଓ୍ବାଜ ସରିଫ!

ଇସଲାମବାଦ,୧୨।୮: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ତେବେ ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତା ମାସରେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ସୁପ୍ରିମକୋର୍ଟ ନିଷ୍ପତ୍ତି ଏବଂ ଆଦେଶ ସମୀକ୍ଷା ଅଧିନିୟମ, ୨୦୨୩ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କୋର୍ଟଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ନୱାଜ ସରିଫଙ୍କ ନିଜ ଦେଶକୁ ଫେରିବାକୁ ନେଇ କୌଣସି ପ୍ରଭାବ ପକାଇବ ନାହିଁ।

ପିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଶେହବାଜ କହିଛନ୍ତି, ନୱାଜଙ୍କ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ବିଷୟରେ ଏସସିଙ୍କ ନିଷ୍ପତ୍ତିରେ କୌଣସି ସମ୍ପର୍କ ନାହିଁ। ବର୍ତ୍ତମାନ ଯାହା ଆଇନରେ ଅଛି ତାହା କହିଛି ଯେ, ଅଯୋଗ୍ୟତାର ସର୍ବାଧିକ ଅବଧି ୫ ବର୍ଷ ଅଟେ। ସେ ୫ ବର୍ଷର ଅଯୋଗ୍ୟତା ଅବଧି ସମାପ୍ତ କରିଛନ୍ତି। ନୱାଜ ପାକିସ୍ତାନକୁ ଫେରିବେ ଏବଂ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ତାଙ୍କ ଦେଶକୁ ଫେରିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ।

Share