ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମା’

ଲାହୋର,୨୨।୧୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମା’ ବେଗମ ଶମୀମ ଅଖତରଙ୍କ ରବିବାର ପରଲୋକ ହୋଇଯାଇଛି। ଲଣ୍ଡନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ବେଗମ ଅସୁସ୍ଥ ଥିଲେ। ଗତ ଫେବ୍ରୁଆରୀରେ ବେଗମ ଲଣ୍ଡନ ଯାତ୍ରା କରିଥିଲେ। ସେଠାରେ ନୱାଜ ସରିଫ ଓ ପରିବାର ଲୋକଙ୍କ ସହ ଅବସ୍ଥାନ କରୁଥିଲେ।

Share