ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ

ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ । ନିର୍ଦ୍ଦେଶକ ଅକ୍ଷୟ ଅଜୟ ଶର୍ମାଙ୍କ ଆଗାମୀ ଫିଲ୍ମ ‘ହଡ୍ଡି’ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଲେବଲକୁ ବଢାଇବାରେ ଲାଗିଛି । କାରଣ ଏହାର ମୋଶନ ପୋଷ୍ଟରରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ କେବେ ଦେଖି ନ ଥିବା ଚରିତ୍ରରେ ଦେଖିବାକୁ ମିଳିଛି । ତାଙ୍କର ପ୍ରଥମ ଲୁକ୍ ଦର୍ଶକଙ୍କୁ ଇମ୍ପ୍ରେସ କରିଛି । କାରଣ ଏଥିରେ ସେ ଜଣେ ମହିଳା ଭାବେ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି । ଜି ଷ୍ଟୁଡିଓଜ ଓ ଆନନ୍ଦିତା ଷ୍ଟୁଡିଓଜ ଦ୍ୱାରା ନିର୍ମିତ ଓ ଅକ୍ଷୟ ଅଜୟ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନୋୟର ରିଭେଞ୍ଜ ଡ୍ରାମା ହେଉଛି ‘ହଡ୍ଡି’ । ଏହି ଫିଲ୍ମର ଲେଖକ ଅକ୍ଷୟ ଅଜୟ ଶର୍ମା ଓ ଅଦମ୍ୟ ଭଲ୍ଲା ।
ନିର୍ଦ୍ଦେଶକ କହିଥିଲେ ହଡ୍ଡି ମୋ ପାଇଁ ଦୋହରା ମାଡ ହେବ । କାରଣ ମୋତେ ନୱାଜୁଦ୍ଦିନ ସିଦ୍ଦିକଙ୍କ ସହ ସହଯୋଗ କରିବାର ଅବସର ମିଳିବ । ଆମ ଟିମ ଆଶା ରଖିଛି ଯେ ମୋଶନ ପୋଷ୍ଟର ଦର୍ଶକଙ୍କ ରୁଚିକୁ ଆକର୍ଷିତ କରିବ । ହଡ୍ଡିର ଶୁଟିଂ ନଏଡା, ଗାଜିଆବାଦ ଓ ପଶ୍ଚିମ ଉତ୍ତର ପ୍ରଦେଶର ଆଖପାଖରେ କରାଯିବ । ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ ହେବ । ଏହାର ଶୁଟିଂ ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ସାରିଥିବା ବେଳେ ନୱାଜୁଦ୍ଦିନ ସିଦ୍ଦିକି ଟିକେ ଅଧିକ ଏକ୍ସାଇଟେଡ ଅଛନ୍ତି । କାରଣ ସେ କହିବା କଥା ଆଜି ପର୍ଯ୍ୟନ୍ତ ସେ ନିଜକୁ ଅନେକ ଚରିତ୍ରରେ ଦେଖିଥିଲେ ବି ଏଥର ସେ ଯେଉଁ ଲୁକରେ ନଜର ଆସିବେ ତାହା ସେ ପୂର୍ବରୁ କେବେ କରି ନାହାନ୍ତି । ତେଣୁ ଫିଲ୍ମର ଶୁଟିଂକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି ।

Share