ଅସୁସ୍ଥ ମା’ଙ୍କୁ ଭେଟିବାକୁ ଦେଲେନି ଭାଇ, ଦ୍ୱାର ମୁହଁରୁ ଫେରିଲେ ଅଭିନେତା

ବମ୍ବେ: ମା’ଙ୍କୁ ଭେଟିବାକୁ ଦେଲେନି ଭାଇ। ସ୍ତ୍ରୀ ଆଲିଆଙ୍କ ପରେ ଭାଇଙ୍କ ସହ କଳହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ରବିବାର ନଓ୍ବାଜ ଡେରାଡୁନରୁ ଫେରିିବାର ଥିଲା। ମାତ୍ର ମା’ଙ୍କ ଦେହ ଖରାପ ଖବର ଶୁଣି ସେ ଶୀଘ୍ର ବମ୍ବେ ଆସିଥିଲେ। ଶୁକ୍ରବାର ରାତିରେ ନଓ୍ବାଜ ଅସୁସ୍ଥ ଥିବା ମା’ଙ୍କୁ ଭେଟିବାକୁ ବର୍ସୋବାସ୍ଥିତ ବଙ୍ଗଳାକୁ ଯାଇଥିଲେ। ହେଲେ ତାଙ୍କୁ ତାଙ୍କ ଭାଇ ରୋକିଥିଲେ। ଏପରିକି ତାଙ୍କ ମା’ କାହାକୁ ଭେଟିବାକୁ ଚାହୁଁ ନ ଥିବା କହିଥିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

Share