ଛୋଟ ଚରିତ୍ରରେ କରିବି ନାହିଁ ଅଭିନୟ…

ମୁମ୍ବାଇ: ବଲିଉଡ ଅଭିନେତା ନାୱାଜୁଦ୍ଦିନ ସିଦ୍ଦିକି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ପସନ୍ଦର ଅଭିନେତା ହୋଇ ପାରିଛନ୍ତି । ଚରିତ୍ର ଛୋଟ ହେଉ ଅବା ବଡ ନୱାଜୁଦ୍ଦିନ ଏଥିରେ ଏମିତି ଜିବନ୍ତ ଅଭିନୟ କରନ୍ତି ଯେ ଏହା ଦର୍ଶକଙ୍କ ମନକୁ ଛୁଇଁଯାଇଥାଏ । ଆଗରୁ ଅଭିନେତାଙ୍କୁ ଭୂମିକା ଅନୁଯାୟୀ ଚାଲିବାକୁ ପଡୁଥିଲା ହେଲେ ଏବେ ସମୟ ବଦଳିଯାଇଛି । ଏବେ ଭୂମିକା ଅଭିନେତାଙ୍କ ଅନୁଯାୟୀ ଆସୁଛି । ନୱାଜୁଦ୍ଦିନ ଏବେ ଏକ ହଲିଉଡ ମୁଭିରେ ଅଭିନୟ କରିବାକୁ ଯାଉଛନ୍ତି । ଲକ୍ଷ୍ମଣ ଲୋପେଜ ଓରବର୍ଟ ଜିରୋଲ୍ଟ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା କହିଛନ୍ତି, ଏବେ ପର୍ଯ୍ୟନ୍ତ ସେ କୌଣସି ବିଦେଶୀ ଫିଲ୍ମ କରି ନ ଥିଲେ କାରଣ ସେ କେବେ ଛୋଟ ରୋଲରେ ଅଭିନୟ କରିବେ ନାହିଁ ବୋଲି ଶପଥ ନେଇଥିଲେ । ଯେ ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟ ଭୂମିକା ନ ମିଳିଛି ସେ କୌଣସି ବିଦେଶୀ ଫିଲ୍ମରେ ଅଭିନୟ କରିବେ ନାହିଁ । ନୱାଜୁଦ୍ଦିନଙ୍କ ଏହି କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ବହୁତ କିଛି କଥା କହିଛନ୍ତି । ସେ କହିଛନ୍ତି ଏହି ଇଣ୍ଡଷ୍ଟ୍ରିରେ ମୁଁ ମୋ କ୍ୟାରିରରେ ବହୁତ କିଛି ମୁଭିରେ କାମ କରିଛି । ଏଥିରେ ମୁଁ ଛୋଟ ଚରିତ୍ରରେ ଅଭିନୟ କରିଛି । ହେଲେ ଏବେ ଯଦି ମୋତେ ୨୫ କୋଟି ଦିଆଯାଏ ତେବେବି ମୁଁ ଆଉ ଛୋଟ ରୋଲ କରିବି ନାହିଁ । ମୁଁ ଭାବେ ଟଙ୍କା ଓ ସମ୍ମାନ ଆପଣଙ୍କ କାମର ଏକ ଅଂଶ । ଯଦି ଆପଣ ଏହାର ପିଛା କରିବେ ତେବେ ଏହା କେବେବି ମିଳିବ ନାହିଁ । ସେଥିପାଇଁ ଭଲ କାମ କରନ୍ତୁ । ଆମେ କେବେ କେବେ ଜୀବନରେ ମନି ଓ ଫେମ ପଛରେ ଦୌଡୁଥିବା ବେଳେ ଆମକୁ କିଛି ମିଳି ନ ଥାଏ । ହେଲେ ମୁଁ ଭାବୁଛି ନିଜକୁ ଏମିତି ଗଢନ୍ତୁ ମନି ଓ ଫେମ ଆପଣଙ୍କ ପଛରେ ଗୋଡାଇବ । ଆପଣ ତା’ ପଛରେ ଗୋଡାଇବା ଦରକାର ନାହିଁ ।

Share