ରାଗିଲେ ନୱାଜୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ଅନେକ ସଂଘର୍ଷ ପରେ ସେ ଆଜି ଜଣେ ଆଗଧାଡିର ଅଭିନେତା ପାଲଟି ଯାଇଛନ୍ତି । ଏମିତିକି ଏବେ ସେ ଯେଉଁ ଫିଲ୍ମରେ ଅଭିନୟ କରୁଛନ୍ତି ତାହା ପ୍ରାୟତଃ ହିଟ୍ ସାବ୍ୟସ୍ତ ହେଉଛି । କିଛିଦିନ ହେବ ବଲିଉଡ୍‌ରେ ନେପୋଟିଜିମକୁ ନେଇ ବିବାଦ ଲାଗି ରହିଛି । ଏହାକୁ ନେଇ କିଏ କେତେ କଥା କହୁଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ନୱାଜୁଦ୍ଦିନ । ସେ କହିଛନ୍ତି ବଲିଉଡ୍‌ରେ ନେପୋଟିଜିମକୁ ନେଇ ଯେଉଁ ଆଲୋଚନା ସମାଲୋଚନା କରାଯାଉଛି ତାକୁ ବନ୍ଦ କରାଯାଉ । ବିଶେଷ କରି ଯେଉଁମାନେ ବଲିଉଡ୍‌କୁ ଖରାପ ବୋଲି କହୁଛନ୍ତି ତାହା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ତାଙ୍କ ମତରେ ଏହି ବିବାଦ ବଢି ଚାଲିଥିବା ବେଳେ ଏହା ଏବେ ଯେଉଁଠି ପହଞ୍ଚିଲାଣି ଲୋକେ ଭାବିବେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ମର୍ଡର କରାଯାଏ. ଅଭିନେତା ଅଭିନେତ୍ରୀ ନିଶା ସେବାନ କରନ୍ତି ଗଞ୍ଜେଇ ଟାଣନ୍ତି ଇତ୍ୟାଦି । ତେଣୁ ଏବେ ବଲିଉଡ୍‌କୁ ନେଇ ଚାଲିଥିବା ଇନ୍‌ସାଇଡର- ଆଉଟ୍‌ସାଇଡର ସହ ନୋପୋଟିଜିମ ବନ୍ଦ ହେବା ଦରକାର । କାରଣ ଏହା ଶୁଣିବାକୁ ଆଦୌ ଭଲ ଲାଗୁନି । ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ଏହାକୁ ନେଇ ଉଠିଛି ନୋପୋଟିଜମର କଥା । ଏହାପଛକୁ ପୁଣି ଯୋଡି ହୋଇ ଯାଇଛି ଡ୍ରଗ୍ସ ମାମଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଡ୍ରକ୍ସ କନେକସନ୍ ଏବେ ବଲିଉଡ୍‌ର ଆଉ ଏକ ଦିଗକ୍‌ୁ ଇଙ୍ଗିତ କରିଛି ।

Share