ଏହି ପ୍ରସିଦ୍ଧ ଅଭିନେତାଙ୍କ ନାଁରେ ସ୍ତ୍ରୀ ଆଣିଲେ ପ୍ରତାରଣା ଅଭିଯୋଗ

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଲିଆ ବଳାତ୍କାର ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେଶନରେ ସେ ଲିଖିତ ଅଭିଯୋଗ କରିଛନ୍ତିି। ଆଲିଆଙ୍କ ଅଭିଯୋଗ ଉପରେ ପୋଲିସ ଏକ ଏଫଆଇଆର ପଞ୍ଜୀକୃତ କରିଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦ ଏବଂ ୪୯୩ ଅନୁଯାୟୀ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଲିଆ ନୱାଜୁଦ୍ଦିନଙ୍କଠାରୁ ଛାଡପତ୍ର ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଛନ୍ତି। ଗତ ସପ୍ତାହରେ ଅନ୍ୟ ଏକ ଅଭିଯୋଗ ସଂପର୍କରେ ଆଲିଆ ଉତ୍ତରପ୍ରଦେଶର ମୁଜାଫରନଗରର ବୁଦ୍ଧାନା ପୋଲିସ ଷ୍ଟେଶନରେ ରେକର୍ଡ କରିଥିଲେ। ସେ ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣ ସଦସ୍ୟଙ୍କ ବିରୋଧରେ ଉକ୍ତ ଅଭିଯୋଗ ଆଣିଛନ୍ତି।
କୋଭିଡ -୧୯ ଲକ୍‌ଡାଉନ୍‌ ଯୋଗୁ ନୱାଜୁଦ୍ଦିନ ସିଦ୍ଦିକି ମୁମ୍ବାଇରୁ ନିଜ ଜନ୍ମସ୍ଥାନ ବୁଦ୍ଧାନାକୁ ଫେରି ଆସିଥିଲେ ଏବଂ ସେବେଠାରୁ ଏଠାରେ ରହିଆସୁଛନ୍ତି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆ ମୁମ୍ବାଇରେ ଏକ ରିପୋର୍ଟ ଦାଖଲ କରିଥିବାବେଳେ ନଓ୍ବାଜଙ୍କ ଭାଇ ଫାଇଜୁଦ୍ଦିନ କହିଛନ୍ତି ଯେ ତାଙ୍କ ନୱାଜୁଦ୍ଦିନ ଆଲିଆଙ୍କଠାରୁ ଛାଡପତ୍ର ନେଇଇଛନ୍ତି। ଆଲିଆ ନଓ୍ବାଜ୍‌ ଏବଂ ପରିବାର ନାଁରେ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହା ଭିତ୍ତିହୀନ।

Share