ନଓ୍ବାଜୁଦ୍ଦିନଙ୍କୁ ଛାଡ଼ପତ୍ର ନୁହେଁ, ଦେବେ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ,୯।୩ : ବଲିଉଡ୍‌ ଅଭିନେତା ନାଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେବା ବଦଳରେ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ଆଲିୟା। ଛାଡ଼ପତ୍ର ଲାଗି ନୋଟିସ ପଠାଇବାର ପ୍ରାୟ ଏକ ବର୍ଷ ପରେ ଆଲିୟା ବଦଳାଇଛନ୍ତି ନିଜ ନିଷ୍ପତ୍ତି। ଛୁଆଙ୍କ ପ୍ରତି ସିଦ୍ଦିକିଙ୍କ ଭଲପାଇବା ଓ ଯତ୍ନ ଦେଖି ବଦଳି ଯାଇଛି ଆଲିୟାଙ୍କ ମନ।

ଗତବର୍ଷ ମେ’ରେ ହ୍ବାଟ୍ସଆପ ଓ ମେଲ ଜରିଆରେ ଆଲିୟା ଛାଡ଼ପତ୍ର ପାଇଁ ସିଦ୍ଦିକିଙ୍କୁ ନୋଟିସ ପଠାଇଥିଲେ। ସେଥିରେ ଦର୍ଶାଇଥିଲେ ଯେ, ଦୀର୍ଘ ୧୦ ବର୍ଷ ହେଲା ସେମାନଙ୍କ ବୈବାହିକ ସମ୍ପର୍କ ଠିକ ନାହିଁ। ହେଲେ ଆଲିୟା ସିଦ୍ଦିକି ଛାଡ଼ପତ୍ର ନୋଟିସ ପ୍ରତ୍ୟାହ୍ୟାର କରି ନେଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପଛର ଉଦ୍ଦ୍ୟେଶ ନଓ୍ବାଜୁଦ୍ଦିନ (୪୬)ଙ୍କୁ ଆଉ ଏକ ସୁଯୋଗ ଦେବା।

Share