ନୟାଗଡ଼ ଅଫିସ,୨୩।୪: କୃଷି ଓ କୃଷକଙ୍କ ଆଦ୍ୟପର୍ବ ଅକ୍ଷୟ ତୃତୀୟାରେ ପୂଜାପାଠ ଓ ହୋମ ପରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଜିଲା ସଦର ମହକୁମାର ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଜିଲାପାଳ ହୋଇଛି ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଜିଲା ସ୍ତରୀୟ ଉତ୍ସବରେ ଅକ୍ଷିମୁଠି ଅନୁକୂଳ କରିବା ପରେ ଏକ ସ୍ବତନ୍ତ୍ର ସଭା କରା ଯାଇଥିଲା। ଡାଲି ଜାତୀୟ ଗବେଷଣାଗାର ସ୍ପେଷିଆଲିଷ୍ଟ ଅର୍ପିତା ପ୍ରିୟଦର୍ଶିନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କେବିକେ ମୁଖ୍ୟ ଅନିଲ କୁମାର ସ୍ବାଇଁ, ଆତ୍ମା ଅଧ୍ୟକ୍ଷ ରାଜେନ୍ଦ୍ର ନାୟକ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କୃଷକ ନେତା ଜଗନ୍ନାଥ ପଣ୍ଡା ଓ ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ୧୪ ଚାଷୀଙ୍କୁ ମୃତ୍ତିକା ପରୀକ୍ଷଣ ସାର୍ଟିଫିକେଟ ଓ ୨ଜଣଙ୍କୁ ମହିଳା ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ କରାଯାଇଛି। କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।