ବାହାଘର ଭୋଜି ଚାଲିଥିବା ବେଳେ ନୟାଗଡ଼ ଜିଲାପାଳଙ୍କ ଚଢ଼ାଉ: ଆଦାୟ କଲେ ୨୦ ହଜାର ଜରିମାନା

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଗୋଡ଼ିପଲ୍ଲୀ ଗାଁରେ ବୁଧବାର ଏକ ବାହାଘର ଭୋଜି ଚାଲିଥିବା ବେଳେ ଜିଲାପାଳ ପୋମା ଟୁଡୁ ଚଢ଼ାଉ କରିଛନ୍ତି। ବିବାହ ଭୋଜିରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତ୍ୱ ନ ଥିଲା କିମ୍ବା କେହି ମାସ୍କ ବ୍ୟବହାର କରି ନ ଥିଲେ। ସେହିପରି ଗୋଡ଼ିପଲ୍ଲୀରେ ଏକ ଘର ପ୍ରତିଷ୍ଠା ଏବଂ କୁରାଳରେ ଏକ ନିର୍ବନ୍ଧ ଚାଲିଥିବା ବେଳେ ଜିଲାପାଳ ଚଢ଼ାଉ କରିଥିଲେ। ଅନ୍ୟପକ୍ଷରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡ଼ଗାଁର ମହାଲକ୍ଷ୍ମୀ ହୋଟେଲରେ ଅନୁରୂପ ଚଢ଼ାଉ କରିଥିଲେ। ଜିଲାପାଳ ଏହି ଚଢ଼ାଉରେ ୨୦ ହଜାର ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।

Share