ସ୍ବାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନ ଅବିସ୍ମରଣୀୟ

ନୟାଗଡ ଅଫିସ,୨୬।୧: ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ମନ୍ତ୍ରୀ ନିଜ ଭାଷଣରେ ଦେଶ ଓ ଜାତି ପାଇଁ ଶହୀଦ୍‌ ହୋଇଥିବା ନୟାଗଡ଼ ଜିଲାର ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ସେମାନେ ଆମର ଚିର ନମସ୍ୟ ବୋଲି କହିଥିଲେ। ସ୍ବାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ କହିଥିଲେ।

Share