‘ବୈଜୁ ବାୱରା’ରେ ନୟନତାରା

ମୁମ୍ବାଇ: ‘ଜୱାନ’ରେ ସାଉଥ୍‌ ଅଭିନେତ୍ରୀ ନୟନତାରାଙ୍କ ପୋଲିସ ଭୂମିକା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ହେଲେ ସେ ଫିଲ୍ମ ନିର୍ଦ୍ଦେଶକ ଏଟଲି କୁମାରଙ୍କ ଉପରେ ଏତେ ଖୁସି ନ ଥିବା ଜଣାପଡ଼ିଥିଲା। ଏବେ ତାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବୈଜୁ ବାୱରା’ରେ ଦେଖିବାକୁ ମିଳିବ। ସଙ୍ଗୀତ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନୟନତାରା ଲିଡ୍‌ ରୋଲରେ ଦେଖାଯିବେ। ଏଥିରେ ରଣବୀର ସିଂ ନାୟକ ଭାବେ ନଜରକୁ ଆସିବେ। ଆଲିଆ ଭଟ୍ଟଙ୍କୁ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ନୟନତାରା ୨୦୦୩ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ତେଲୁଗୁ, ତାମିଲ ଏବଂ ମାଲାୟଲମ୍‌ ଫିଲ୍ମରେ ନଜରକୁ ଆସିଛନ୍ତି। ଚଳିତବର୍ଷ ଚଳଚ୍ଚିତ୍ର ‘ଜୱାନ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କର ଫଲୋୟର୍ସ ସଂଖ୍ୟା ମଧ୍ୟ ବଢିଛନ୍ତି। ଏଥିସହ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି। ଆଗକୁ ତାଙ୍କ ହାତରେ ଆହୁରି ଫିଲ୍ମ ମଧ୍ୟ ରହିଛି। ଯେଉଁଥିପାଇଁ ବ୍ୟସ୍ତ ରହୁଛନ୍ତି।

Share