‘ନୟନିକା ଚରିତ୍ର ମୋ ହୃଦୟର ଅତି ନିକଟତର’

ମୁମ୍ବାଇ: ଅଭିନେତ୍ରୀ କାଜଲ ନିକଟରେ ଓଟିଟି ଡେବ୍ୟୁ କରିଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଦି ଟ୍ରାଏଲ: ପ୍ୟାର, କାନୁନ, ଧୋକା’ରେ ସେ ଜଣେ ଜୁନିୟର ଓକିଲ ଭାବେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜଣେ ଅସୁରକ୍ଷିତ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ସେଥିରେ ତାଙ୍କ ନାମ ରହିଛି ନୟନିକା ସେନ୍‌ଗୁପ୍ତା। ଏହି କୋର୍ଟ ରୁମ୍‌ ଡ୍ରାମା ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଛି। ଏଥିରେ କାଜଲ କହିଛନ୍ତି, ଏହି ନୟନିକା ଚରିତ୍ର ତାଙ୍କ ହୃଦୟର ଅତି ନିକଟତର। ସେ ଜଣେ ଶକ୍ତିଶାଳୀ ଏବଂ ପରିସ୍ଥିତିର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ। ଜଣେ ମହିଳାଙ୍କ ପ୍ରତିନିଧିତ୍ୱ କରିବାକୁ ସକ୍ଷମ ହେବା ଏବଂ ସେହି ଚରିତ୍ର ପାଇଁ ପ୍ରଶଂସିତ ହେବା କାଜଲଙ୍କୁ ଅଧିକ ସଶକ୍ତ କରୁଛି। ଓ୍ବେବ୍‌ ସିରିଜ୍‌ ନିର୍ଦ୍ଦେଶକ ସୁପର୍ଣ୍ଣ ଏସ୍‌ ଭର୍ମା ଏଥିରେ କାଜଲଙ୍କୁ କହିଛନ୍ତି, ଏହା ତୁମ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଏହି ଓ୍ବେବ୍‌ ସିରିଜ୍‌ି କାଜଲଙ୍କୁ ଅଧିକ ଶକ୍ତି ପ୍ରଦାନ କରୁଥିବା ସେ କହିଛନ୍ତି। ତେବେ କାଜଲ ୧୯୯୨ରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଫିଲ୍ମ ମାଧ୍ୟମରେ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି। ଶେଷଥର ପାଇଁ ତାଙ୍କୁ ‘ଲଷ୍ଟ ଷ୍ଟୋରି -୨’ରେ ଦେଖିବାକୁ ମିଳିଥିଲା। ଆଗକୁ ମଧ୍ୟ ତାଙ୍କ ହାତରେ ଆଉ କିଛି ମୁଭି ରହିଛି।

Share