ନୟନଜ୍ୟୋତି ଜିତିଲେ ମାଷ୍ଟର ସେଫ୍‌ ଇଣ୍ଡିଆ ୭ !

ବମ୍ବେ: ଅନ୍ତିମ ସୋପାନରେ ପହଞ୍ଚିଛି ରନ୍ଧନ ରିଆଲିଟି ଶୋ’ ‘ମାଷ୍ଟର ସେଫ୍‌ ଇଣ୍ଡିଆ ୭’। ଏହାର ଫାଇନାଲ ଟେଲିକାଷ୍ଟ ପାଇଁ ଆଉ କିଛି ସପ୍ତାହ ବାକି ଅଛି, ହେଲେ ଏବେଠୁ ସୋସିଆଲ ମିଡିଆରେ ବିଜେତାଙ୍କ ଫଟୋ ଲିକ୍‌ ହୋଇଛି। ଶୋ’ର ଶୁଟିଂ ସେଟ୍‌ରୁ ଲିକ୍‌ ହୋଇଥିବା ଫଟୋରୁ ପ୍ରତିଯୋଗୀ ନୟନ ଜ୍ୟୋତି ସାଇକିଆ ବିଜେତା ବୋଲି ସ୍ପଷ୍ଟ ହୋଇଛି।

ଆସାମର ନୟନ ଜ୍ୟୋତି ବିଜେତା ଟ୍ରଫି ଉଠାଇଥିବା କୁହାଯାଉଛି। ଏକ ପ୍ରଶଂସକ ଟୁଇଟର ଆକାଉଣ୍ଟରେ ଫଟୋ ଶେୟାର କରି ନୟନଙ୍କୁ ଟାଇଟଲ୍‌ ଜିତିବା ଲାଗି ଅଭିନନ୍ଦନ ଜଣାଇଛନ୍ତି। ‘ନୟନଜ୍ୟୋତି #ମାଷ୍ଟର ସେଫ ଇଣ୍ଡିଆ ୭ ଟ୍ରଫି ଜିତିଛନ୍ତି। ଶେଷରେ ସମାପ୍ତି ବେଶ ଭଲ ଥିଲା…ଆପଣଙ୍କୁ ଅଭିନନ୍ଦନ ’ବୋଲି ସେ ଲେଖିଥିବା ଦେଖାଯାଇଛି।

ଲିକ୍‌ ହୋଇଥିବା ଫଟୋରେ ନୟନ ମାଷ୍ଟର ସେଫ୍‌ କୋଟ୍‌ ପିନ୍ଧି ଟ୍ରଫି ଧରିଛନ୍ତି। ଫଟୋଟି ଫାଇନାଲ ଶୁଟିଂ ସମୟର। ଶୁଟିଂ ଶେଷ ହେବା ପରେ ଅନ୍ୟ କ୍ରୁ ସଦସ୍ୟ ତାଙ୍କ ପଛରେ ଅଛନ୍ତି। ଏବେ ନୟନଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ଅନେକେ ବିଧିବଦ୍ଧ ଭାବେ ଏହାର ଘୋଷଣାକୁ ଅପେକ୍ଷା କରିଥିବା କହିଛନ୍ତି।

Share