ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା

ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କର ଯମଜ ଶିଶୁଙ୍କୁ ଏହି ଦୁନିଆକୁ ସ୍ବାଗତ କରିଛନ୍ତି। ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ବିଗ୍ନେଶ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ନୟନତାରା ଏବଂ ବିଗ୍ନେଶ ତାଙ୍କ ନବଜାତ ଶିଶୁଙ୍କ ପାଦକୁ ଚୁମ୍ବନ ଦେଉଥିବା ଦେଖାଯାଇଝତ। ଏହି ପୋଷ୍ଟ ପରଠାରୁ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଆସିଛନ୍ତି।
ଏହା ଫଟୋ ସହିତ ବିଗ୍ନେଶ ଲେଖିଛନ୍ତି, ‘ନୟନ ଏବଂ ମୁଁ ଆମ୍ମା ଏବଂ ଆପା ହୋଇଛୁ। ଆମେ ଯାଆଁଳା ମାତାପିତା ହୋଇଛୁ । ସମସ୍ତଙ୍କ ପ୍ରାର୍ଥନା, ଆମର ପିତୃପୁରୁଷଙ୍କ ଆଶୀର୍ବାଦ ଯୋଗୁ ସବୁ ସମ୍ଭବ ହୋଇଛି। ଆମର ୟୁରି ଏବଂ ୟୁଲଗାମ ପାଇଁ ଆମେ ଆପଣଙ୍କର ଆଶୀର୍ବାଦ ଆବଶ୍ୟକ କରୁ।
ଗତ ୯ ଜୁନ ୨୦୨୨ରେ ନୟନତାରା ଏବଂ ବିଗ୍ନେଶ ବିବାହ କରିଥିଲେ। ଚେନ୍ନାଇରେ ସେମାନଙ୍କର ବିବାହ ପାର୍ଟି ଅନୁଷ୍ଠିତ ହୋଇଥିଲା।

Share