ଓ୍ବେଡିଂ ଭେନ୍ୟୁ ବଦଳାଇଲେ ନୟନତାରା

ସାଉଥ୍‌ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହକୁ ନେଇ ଚର୍ଚ୍ଚାରେ। ଆସନ୍ତା ମାସ ଜୁନ ୯ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏ ବିଷୟରେ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲି ସୂଚନା ମିଳି ନାହିଁ ।ଦୀର୍ଘଦିନ ଧରି ନୟନତାରା ଫିଲ୍ମ ନିର୍ମାତା ବିଗ୍ନେଶ ଶିବନଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ସାଙ୍ଗରେ ମଧ୍ୟ ରହୁଥିଲେ। ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଥିଲା କି, ଦୁହେଁ ତିରୁମାଲାର ତିରୁପତି ମନ୍ଦିରରେ ବିବାହ କରିବେ। ଏବେ କିନ୍ତୁ ସେମାନେ ଓ୍ବେଡିଂ ଭେନ୍ୟୁ ବଦଳାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ମହାବାଲିପୁରମର ଏକ ରିସୋର୍ଟରେ ନୟନତାରା ଏବଂ ଭିଗ୍ନେଶ ରୀତିନୀତି ଅନୁସାରେ ବିବାହ କରିବେ। ଯେଉଁଥିରେ ଉଭୟଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେବେ। ବିବାହ ପରେ ଦୁହେଁ ଚେନ୍ନାଇରେ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ ବୋଲି କୁହାଯାଉଛି।

Share