‘ଯବାନ’ର ସକ୍ସେସ୍‌ ଇଭେଣ୍ଟରେ ସାମିଲ ହେଲେନି ନୟନତାରା

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ଆଟଲେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୪୦୦ କୋଟି ଟଙ୍କା ଅତିକ୍ରମ କରିଛି। ନିକଟରେ ଏହି ଚଳଚ୍ଚିତ୍ରର ସଫଳତାକୁ ପାଳନ କରିବା ପାଇଁ ମୁମ୍ବାଇରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶାହାରୁଖ ଖାନ, ଦୀପିକା ପାଦୁକୋନ ଏବଂ ଆଟଲେ ନଜର ଆସିଥିଲେ। କିନ୍ତୁ ନୟନତାରା ଅନୁପସ୍ଥିତ ଥିଲେ।

ନୟନତାରା ପ୍ରକୃତରେ ତାଙ୍କ ମା’ଙ୍କ ଜନ୍ମଦିନ ପାଳନ କରିବା ପାଇଁ ଚେନ୍ନାଇରେ ଥିଲେ। ଅବଶ୍ୟ, ତାଙ୍କର ପୂର୍ବ ରେକର୍ଡ ହୋଇଥିବା ଭର୍ଚୁଆଲ ଭଏସ ନୋଟ ନିଶ୍ଚିତ ଭାବରେ ଇଭେଣ୍ଟରେ ଶୁଣାଯାଇଥିଲା। ଏଥିରେ ନୟନତାରା କହିଛନ୍ତି, ଅବଶ୍ୟ ମୁଁ ବ୍ୟକ୍ତିଗତ ଭାବେ ସେଠାରେ ନାହିଁ, କିନ୍ତୁ ଗଣମାଧ୍ୟମର ମୋର ବନ୍ଧୁ ଏବଂ ପ୍ରଶଂସକଙ୍କ ନିକଟରେ ମୁଁ ବହୁତ କୃତଜ୍ଞ।

 

Share