ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହି ମୁଭିଟି ୧୩ ଦିନରେ ଓ୍ବାର୍ଲଡ ଓ୍ବାଇଡ ୯୦୦ କୋଟି ଟଙ୍କା ସଂଗ୍ରହ କରିଛି। ଯବାନରେ ଶାହାରୁଖ ଖାନଙ୍କ ସହ ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ବଲିଉଡରେ ଡେବ୍ୟୁ କରି ଖୁସି ନୁହଁନ୍ତି ଏବଂ ବଲିଉଡ ଫିଲ୍ମରେ କାମ କରିବାର ମନୋବଳ ଆଉ ତାଙ୍କର ନାହିଁ ବୋଲି କୁହାଯାଉଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ନୟନତାରା ଆଉ କୌଣସି ବଲିଉଡ ଫିଲ୍ମ କରିବା ମନୋଭାବରେ ନାହାଁନ୍ତି। କାରଣ ଏହି ମୁଭିରେ ତାଙ୍କର ଭୂମିକା କଟିଯାଇଥିବାରୁ ସେ ଯବାନଙ୍କ ନିର୍ଦ୍ଦେଶକ ଏଟଲି କୁମାରଙ୍କ ଉପରେ ରାଗିଛନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳିଛି କି ଏଥିରେ ଦୀପିକାଙ୍କ ଚରିତ୍ରକୁ ବଢାଇ ଦିଆଯିବା ସହ ନୟନତାରାଙ୍କ ଚରିତ୍ରକୁ କାଟି ଦିଆଯାଇଛି।

Share