ଜୟଲଳିତାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଥିଲେ ନୟନତାରା, ହେଲେ…

ଅଭିନେତ୍ରୀ ନୟନତାରା ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ସେ ଦୁଇଟି ସନ୍ତାନର ମା’ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି। ଅଭିନେତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରିବାକୁ ଇଚ୍ଛା କରିଥିଲେ। ହେଲେ ତାଙ୍କୁ ଏହି ସୁଯୋଗ ମିଳି ନ ଥିଲା। ତେବେ ଜୟଲଳିତାଙ୍କ ବାୟୋପିକ୍‌ରେ କଙ୍ଗନା ରାଣାୱତ ନଜର ଆସିଥିଲେ। ଜୟଲଳିତା ବାୟୋପିକ ନିର୍ଦ୍ଦେଶନା ଦେବା ପାଇଁ ଯେତେବେଳେ ଏଲ ବିଜୟଙ୍କୁ କୁହାଯାଇଥିଲା। ସେତେବେଳେ ନୟନତାରା ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି। ୨୦୧୮ରେ ଜୟଲଳିତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ହେବା ନେଇ ଘୋଷଣା ହୋଇଥିଲା। ସେତେବେଳେ କାଷ୍ଟିଂ କାଉଚକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ସେହି ସମୟରେ ନୟନତାରାଙ୍କ ନାମ ଏହି ପ୍ରୋଜେକ୍ଟ ସହିତ ସଂଯୁକ୍ତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ ନୟନଥାରା କହିଥିଲେ ଜାଣେ ନାହିଁ,ମୁଁ ଏହି ଭୂମିକା ପାଇଁ ଯୋଗ୍ୟ କି ନୁହେଁି, କିନ୍ତୁ ମୁଁ ଜୟଲଳିତା ବାୟୋପିକ୍‌ର ଅଂଶ ହେବାକୁ ଚାହୁଁଛିି। ନୟନତାରା ବର୍ତ୍ତମାନ ତାଙ୍କ ଆଗାମୀ ତାମିଲ ହରର ଫିଲ୍ମ ‘କନେକ୍ଟ’ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ଫିଲ୍ମର ଟିଜର ରିଲିଜ୍‌ ହେବ।

Share