ଭୁବନେଶ୍ୱରରୁ ଗୁରୁତର ରୋଗୀ ଯିବେ ହାଇଦ୍ରାବାଦ: ନୟାପଲ୍ଲୀରୁ ଗ୍ରୀନ୍‌ କରିଡର ଯୋଗେ ଗଲେ ବିମାନ ବନ୍ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସ୍ବତନ୍ତ୍ର ଗ୍ରୀନ୍‌ କରିଡର କରାଗଲା। ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରୁ ଉକ୍ତ ରୋଗୀଙ୍କୁ ହାଇଦ୍ରାବାଦ ନିଆଯିବ। ସମ୍ପୃକ୍ତ ରୋଗୀଙ୍କ ଘର ପୁରୀ ଜିଲାରେ ବୋଲି ଜଣାପଡ଼ିଛି। ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବାରୁ ସମ୍ପୃକ୍ତ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭୁବନେଶ୍ୱରରେ କୃତ୍ରିମ ଫୁସ୍‌ଫୁସ୍‌ ଲାଗିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯିବ।
ଜନଗହଳିପୂର୍ଣ୍ଣ ରାସ୍ତାରେ ମାତ୍ର ୬ ମିନିଟ ମଧ୍ୟରେ ହସ୍ପିଟାଲରୁ ରୋଗୀଙ୍କୁ ବିମାନବନ୍ଦରରେ ପହଞ୍ଚାଯାଇଛି। ସେଥିପାଇଁ ଗ୍ରୀନ୍‌କରିଡର ପ୍ରସ୍ତୁତ କରାଯାଇଥିଲା।

Share