ନାଜାଲ ଭାକ୍ସିନ୍‌ ଭାରତରେ ଛୋଟ ପିଲାଙ୍କୁ କରୋନାରୁ ଦେବ ସୁରକ୍ଷା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଲୀ,୨୩।୫: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ତୃତୀୟ ଲହର ଆଶଙ୍କାକୁ ନେଇ ଦେଶ ସତର୍କ ରହିବା ଆବଶ୍ୟକ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। ତୃତୀୟ ଲହରରେ ଛୋଟ ପିଲାଙ୍କ ଉପରେ ଅଧିକ ପଡ଼ିବାର ଆଶଙ୍କା ରହିଛି। ତେବେ ଭାରତରେ ପ୍ରସ୍ତୁତ ହୋଇଥିବା ନାଜାଲ ଭାକ୍ସିନ୍‌ ଛୋଟପିଲାଙ୍କୁ କରୋନାରୁ ସୁରକ୍ଷା ଦେବ ବୋଲି ସେ କହିଛନ୍ତି। ଏହା ରେସ୍ପିରେଟାରୀ ଟ୍ରାକ୍‌ର ରୋଗପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାକୁ ସକ୍ଷମ ହେବ। ସ୍କୁଲ ଶିକ୍ଷୟତ୍ରୀ ଏବଂ ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବା ଆବଶ୍ୟକ। ଗୋଷ୍ଠୀ ସଂକ୍ରମଣ ଆଶଙ୍କା କମିଲେ ସ୍କୁଲ ଖୋଲା ଯିବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ହାଇଦ୍ରାବାଦ୍‌ ସ୍ଥିତ ଭାରତ ବାୟୋଟେକ୍‌ ପକ୍ଷରୁ ନାଜାଲ ଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ଆରମ୍ଭ ହୋଇଛି। ଛୋଟପିଲାଙ୍କ ନାକର ଦୁଇପୁଡ଼ାରେ ଦୁଇ ଦୁଇ ବୁନ୍ଦା ଭାକ୍ସିନ୍‌ ପକାଯିବ। ବର୍ତ୍ତମାନ ସୁଦ୍ଧା ୧୭୫ ଜଣଙ୍କଠାରେ ନାଜାଲ ଭାକ୍ସିନ୍‌ ପ୍ରୟୋଗ କରାଯାଇଛି। ସେମାନଙ୍କୁ ୩ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ ଗ୍ରୁପ୍‌ର ୭୦ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେହିପରି ତୃତୀୟ ଗ୍ରୁପ୍‌ର ୩୫ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି। ଏହାର ଫଳାଫଳ ଆସିବାକୁ ବାକି ରହିଛି।

Share