ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍ ମାର୍କେଟକୁ ଫେରିବା ନଭେମ୍ବର ୨୪ରୁ ୩୦ ମଧ୍ୟରେ ୫୪୬ ଖେଳାଳିଙ୍କ ଟେଷ୍ଟ କରାଯାଇଥିବା ଲିଗ୍ ଓ ନ୍ୟାଶନାଲ ବାସ୍କେଟବଲ ପ୍ଲେୟର୍ସ ଆସୋସିଏଶନ କହିଛି। ଅର୍ଥାତ୍ ଯେତେଜଣଙ୍କର ଟେଷ୍ଟ ହୋଇଥିଲା, ସେମାନଙ୍କ ମଧ୍ୟରୁ ୯% ହେଉଛନ୍ତି କରୋନା ପଜିଟିଭ। ସେମାନଙ୍କୁ ଲିଗ୍ ନିୟମ ଏବଂ ସିଡିସି ଗାଇଡଲାଇନ୍ ଅନୁସାରେ ନେଗେଟିଭ ହେବା ପର୍ଯ୍ୟନ୍ତ ଆଇସୋଲେଶନରେ ରଖାଯାଇଛି।