ମୁମ୍ବାଇ,୬।୧: ବିଲ୍ ପେମେଣ୍ଟ ବ୍ୟବସ୍ଥାର ସରଳୀକରଣ କରିବା ଲାଗି ନ୍ୟାଶନାଲ୍ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଏନ୍ପିସିଆଇ ଭାରତ ବିଲ୍ପେ ଲିମିଟେଡ୍ (ଏନ୍ବିବିଏଲ୍) ପକ୍ଷରୁ ‘ୟୁନିଫାଏଡ୍ ପ୍ରେଜେଣ୍ଟମେଣ୍ଟ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ୟୁପିଏମ୍ଏସ୍) ନାମକ ଏକ ସ୍ବତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ୟୁପିଏମ୍ଏସ୍ ଜରିଆରେ ଏନ୍ବିବିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ଲାଗି ରିକରିଂ ବିଲ୍ ପେମେଣ୍ଟ ପାଇଁ ଯେକୌଣସି ମାଧ୍ୟମରେ ଷ୍ଟାଣ୍ଡିଂ ଇନ୍ଷ୍ଟ୍ରକ୍ସନ ଗ୍ରହଣ କରିପାରିବ। ବିଲର୍ଙ୍କ ଠାରୁ ସ୍ବୟଂକ୍ରିୟ ଭାବେ ବିଲ୍ ସୃଷ୍ଟି ହୋଇ ପଦକ୍ଷେପ ଲାଗି ଗ୍ରାହକଙ୍କ ପାଇଁ ସ୍ବୟଂକ୍ରିୟ ଡେବିଟ୍ କି ମ୍ବା ବିଲ୍ ପେମେଣ୍ଟ ପରିଚାଳନା ଲାଗି ଉପସ୍ଥାପନ କରାଯିବ।