Posted inଜାତୀୟ

ଏନସିକୁ ମିଳିଗଲା ବାହାରିଆ ସମର୍ଥନ, ଜମ୍ମୁ-କଶ୍ମୀରରେ କାମରେ ଆସିବନି କଂଗ୍ରେସର ୬ ବିଧାୟକ!

ନୂଆଦିଲ୍ଲୀ,୧୦।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ରେ ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସର ମେଣ୍ଟ ଚମତ୍କାର ପ୍ରଦର୍ଶନ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୯୦ଟି ବିଧାନସଭା ଆସନରୁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନସି ୪୨ଟି ଆସନ ପାଇଥିବାବେଳେ କଂଗ୍ରେସ ୬ଟି ଆସନ ପାଇଛି। ଏନସି-କଂଗ୍ରେସ ଭାଜପାକୁ ହରାଇ ସରକାର ଗଠନ କରିଛନ୍ତି।

କିନ୍ତୁ ଏସବୁ ମଧ୍ୟରେ ଫଳାଫଳ ପରେ କ୍ରମାଗତ ଭାବରେ କିଛି ଏପରି ଘଟଣା ଘଟୁଛି, ଯେଉଁ କାରଣରୁ ଇଣ୍ଡିଆ ମେଣ୍ଟରେ କଂଗ୍ରେସର ଗୁରୁତ୍ୱ ହ୍ରାସ ପାଉଛି। ହରିୟାଣାରେ କଂଗ୍ରେସ ନିଜ ମେଣ୍ଟର ସହଯୋଗୀ ସଦସ୍ୟଙ୍କୁ ଆସନ ଦେଇ ନ ଥିବାବେଳେ ଏବେ ତାହା ପରାଜୟର ଅସଲ କାରଣ ସାଜିଛି। ଯାହାର କାରଣ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏସବୁ ପରେ ପରେ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟ କଂଗ୍ରେସ ସହ ଆସନ ଭାଗବଣ୍ଟା ନେଇ ସିଧା ମନା କରିଦେଇଛନ୍ତି। ଆମ ଆଦମୀ ପାର୍ଟି ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିବା ସହ ସମାଜବାଦୀ ପାର୍ଟି ମଧ୍ୟ ଆସନ୍ତା ୟୁପି ଉପ-ନିର୍ବାଚନରେ କଂଗ୍ରେସକୁ ୩ରୁ ଅଧିକ ଆସନ ଦେବନାହିଁ ବୋଲି ସିଧା ଶୁଣେଇ ଦେଇଛି।

ଏସବୁ ଭିତରେ କଂଗ୍ରେସକୁ ଜମ୍ମୁ-କଶ୍ମୀରରେ ମଧ୍ୟ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଏନସିର ୪ ନିର୍ଦ୍ଦଳୀୟ ବିଧାୟକ ଓ କେତେକ ଛୋଟ ଦଳର ସ୍ବାଧୀନ ବିଧାୟକ ଏନସିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନରେ ଜମ୍ମୁ-କଶ୍ମୀରରେ ଏନସି ଆହୁରି ଶକ୍ତିଶାଳୀ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସର ଓଜନ ଏବେ ହ୍ରାସ ପାଇବାରେ ଲାଗିଛି।

ଏହାର କାରଣ ହେଉଛି, କଂଗ୍ରେସ ଜମ୍ମୁ କଶ୍ମୀରରେ ୬ଟି ଆସନ ପାଇଥିବାବେଳେ ଏନସି ୪୨ଟି ଆସନ ପାଇଛି। ତେବେ ଜମ୍ମୁ-କଶ୍ମୀରରେ ଆସନ ଗଣିତ ଅନୁଯାୟୀ ଦଳକୁ ବହୁମତ ପାଇବାକୁ ହେଲେ ଆଉ ୪ ବିଧାୟକ ଦରକାର ଅଛି। ନିର୍ବାଚନ ପୂର୍ବରୁ ଏନସିର କଂଗ୍ରେସ ଓ କଂଗ୍ରେସର ଏନସି ସରକାର ଗଠନ ପାଇଁ ପରସ୍ପର ସାହାଯ୍ୟ ଦରକାର ଥିଲା। କିନ୍ତୁ ଏବେ ବାଗି ସମ୍ପର୍ଣ୍ଣ ପଲଟି ଯାଉଥିବାର ଦେଖିବାକୁ ମିଳୁଛି। ଦଳ ଛାଡି ଯାଇଥିବା ୪ ନିର୍ଦ୍ଦଳୀୟ ବିଧାୟକ ଓ ଅନ୍ୟ ସ୍ବାଧୀନ ବିଧାୟକ ଏସନିକୁ ସମର୍ଥନ କରିଛନ୍ତି। ଏବେ ଏହାକୁ ମିଶାଇ ଏନସି କଂଗ୍ରେସ ବିନା ମଧ୍ୟ ସରକାର ଗଠନ କରିପାରିବ। ବିନା ସହଯୋଗରେ ଏନସି ଏବେ ସବୁ ନିଷ୍ପତ୍ତି ନେଇ ପାରିବ ଆଉ ତାକୁ କୌଣସି ନିଷ୍ପତ୍ତି ପୂର୍ବରୁ କଂଗ୍ରେସ ଆଗରେ ନଇଁବାକୁ ପଡିବାକୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗୋଟିଏ ମାତ୍ର ଫିଲ୍ମର ପ୍ରଯୋଜକ ଥିଲେ ରତନ ଟାଟା, ଅଭିନୟ କରିଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ,୧୦ା୧୦: ଜଣେ ଶିଳ୍ପପତି ହେବା ବ୍ୟତୀତ ରତନ ଟାଟା ମଧ୍ୟ ଜଣେ ଫିଲ୍ମପ୍ରେମୀ ଥିଲେ। ୨୦୦୪ରେ ରତନ ଟାଟା ଏକ ବଲିଉଡ୍‌ ଫିଲ୍ମର ପ୍ରଯୋଜନା କରିଥିଲେ।...

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

ମୁମ୍ବାଇ,୧୦ା୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍...

କାହିଁକି ସମ୍ପୂର୍ଣ୍ଣ ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ କହିଥିଲେ ରତନ ଟାଟା

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରସିଦ୍ଧ ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪) ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ...

କାହିଁକି ସମସ୍ତଙ୍କ ସାମ୍ନାରେ କାନ୍ଦିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଭାବୁକ

ନୂଆଦିଲ୍ଲୀ,୧୦।୧୦: ସାଧାରଣତଃ ଆପଣ ଦେଖିଥିବେ ନେତାମାନେ ଭୋଟ ମାଗନ୍ତି, ଦଳର ସଫଳତାକୁ ଗଣନା କରନ୍ତି କିମ୍ବା ବିରୋଧୀ ଦଳ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି।...

ରାହୁଲ କହିଲେ କେଉଁ ନେତାଙ୍କ ପାଇଁ ହରିୟାଣାରେ ହାରିଲା କଂଗ୍ରେସ

ନୂଅଦେିଲ୍ଲୀ,୧୦।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟକୁ ସହଜରେ ହଜମ କରିପାରୁ ନାହିଁ। ଫଳସ୍ବରୂପ, ବିଜୟକୁ ନେଇ ଅତ୍ୟଧିକ ଆତ୍ମବିଶ୍ୱାସୀ କଂଗ୍ରେସ ମଧ୍ୟ ଏହି ଫଳାଫଳକୁ...

ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର...

ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଆସିଲା ପ୍ରିୟର କୁକୁର ‘ଗୋଆ’

ମୁମ୍ବାଇ,୧୦ା୧୦: ଭାରତର ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା ୮୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ପରେ ଟାଟାଙ୍କ ମୃତଦେହ ମୁମ୍ବାଇର ଏନସିପିଏ ଲନ୍...

ବେଙ୍ଗାଲୁରୁରେ ଲୁଚିଛପି ହିନ୍ଦୁ ନାଁରେ ରହୁଛନ୍ତି ପାକିସ୍ତାନ ମୁସଲମାନ!

ବେଙ୍ଗାଲୁରୁ,୧୦।୧୦: କର୍ନାଟକର ରାଜଧାନୀରେ ପୋଲିସ ଏକ ବଡ ଠକେଇର ଫର୍ଦ୍ଦାଫାଶ କରିଛି। ପାକିସ୍ତାନୀ ନାଗରିକମାନେ ହିନ୍ଦୁ ନାମରେ ବର୍ଷ ବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri