Posted inଜାତୀୟ

ପିଡିପି ସହ ମେଣ୍ଟ କରିବ ଏନ୍‌ସି

ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀରରେ ଭୋଟଗଣତି ପୂର୍ବରୁ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି। ଏପରିକି ଏନ୍‌ସି-କଂଗ୍ରେସ ମେଣ୍ଟ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ସମର୍ଥନ ଆବଶ୍ୟକ କରୁ ନ ଥିଲେ ମଧ୍ୟ ଉକ୍ତ ଦଳକୁ ସାଙ୍ଗରେ ନେବାକୁ ହେବ। ଆମକୁ ଆଗକୁ ବଢ଼ିବାକୁ ହେଲେ ଏକାଠି ଯିବାକୁ ପଡ଼ିବ। ଜମ୍ମୁ-କଶ୍ମୀରର ସୁରକ୍ଷା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ କହିଛନ୍ତି। କଶ୍ମୀରରେ ଶିକ୍ଷିତ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ନାହିଁ, ଦରଦାମ ଆକାଶଛୁଆଁ ହୋଇଛି। ଏଠାରେ ନିଶା ଚୋରା କାରବାର ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଏସବୁ ସମସ୍ୟାର ସମାଧାନ ଆବଶ୍ୟକ। ପିଡିପି ଅଧ୍ୟକ୍ଷ ମେହବୁବା ମୁଫ୍‌ତି ଏନ୍‌ସିକୁ ତାଙ୍କ ଦଳର ସମର୍ଥନ ପ୍ରସ୍ତାବ ଦେଇଥିବାରୁ ଫାରୁକ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜମ୍ମୁ-କଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଫେରିବ ବୋଲି ସେ ଆଶାବାଦୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର କୌଣସି ଲାଳସା ନାହିଁ। ସେହିପରି ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନକୁ ନେଇ ସେ ଚିନ୍ତିତ ନୁହନ୍ତି ବୋଲି ଫାରୁକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି ଜିଲାପି ଓ ଜାଟ୍‌ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ

ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍‌ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ...

କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ...

ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା

କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର...

ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ...

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି..

ପୁଣେ,୮।୧୦: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ...

‘ଜନତା ସଇନିଙ୍କ ଉପରେ ଦେଖାଇଲେ ଭରସା’, ହରିୟାଣା ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୦: ହରିୟାଣାରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟାବ ସଇନିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା...

କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…

ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା...

ଅମିତ ଶାହାଙ୍କ ପୁରୁଣା ଫର୍ମୁଲା ଆଗରେ କଂଗ୍ରେସ ଚିତ୍‌ପଟାଙ୍ଗ୍‌

ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri