ଘରୁ ମିଳିଲା ଡ୍ରଗ୍ସ: ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଡ୍ରଗ୍ସ ମାମଲାରେ ଏନ୍‌ସିବି ଦ୍ୱାରା ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅରମାନ କୋହଲି। ଶନିବାର ଅପରାହ୍ନରେ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଶେଷରେ ରବିବାର ସକାଳେ ତାଙ୍କୁ ଗିରଫ କରିଛି ପୋଲିସ। ଅଭିନେତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିବା ଜଣାପଡ଼ିଛି।

କୋହରା, ବୀର, ଏଲ୍‌ଓସି କାର୍‌ଗିଲ, ପ୍ରେମ ରତନ ଧନ ପାୟୋ ଭଳି ଫିଲ୍ମରେ କାମ କରିଥିବା ଅରମାନ ଏକାଧିକ ଥର ବିବାଦରେ ଛନ୍ଦି ହୋଇଛନ୍ତି। ୨୦୧୮ରେ ପ୍ରେମିକା ନୀରୁ ରନ୍ଧାବା ଅଭିନେତାଙ୍କ ଉପରେ ମାର୍‌ପିଟ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ବାନ୍ଧି ନେଇଥିଲା। ସେହିଭଳି ବିଗ୍‌ବସ୍‌-୭ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେ ଅନ୍ୟ ପ୍ରତିଯୋଗୀ ସୋଫିଆ ହୟାତଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା।

Share