ମୁମ୍ବାଇ,୨୬।୯-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଧର୍ମା ପ୍ରଡକ୍ସନର ଏକ୍ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ରବି ପ୍ରସାଦଙ୍କୁ ଏନ୍ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶନିବାର ଗିରଫ କରିଛି। ଦିନକ ପୂର୍ବରୁ କ୍ଷୀତିଜଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ ନେବା ଅଭିଯୋଗରେ ଏନ୍ସିବି କ୍ଷୀତିଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରଛନ୍ତି।