Categories: ଜାତୀୟ

ଏନ୍‌ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍‌ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ ନାରାୟଣଙ୍କୁ ୨୦୨୪ ଯାଏ ନିୟମିତ ନିଯୁକ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ଆଦେଶ କିମ୍ବା ଅବସର ପର୍ଯ୍ୟନ୍ତ ଡିଜି ଭାବେ ଦାୟିତ୍ୱ ତୁଲାଇବେ ।

ସତ୍ୟନାରାୟଣ ପ୍ରଧାନ ଝାଡଖଣ୍ଡ କ୍ୟାଡରର ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର । ସେ ଏନଡିଆରଏଫର ମହାନିର୍ଦ୍ଦେଶକ ଥିବା ସତ୍ତ୍ବେ ଏନସିବିର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ସେ ଏନସିବି ଡିଜି ଭାବେ କାର୍ଯ୍ୟ କରିବେ।

Share