ଡ୍ରଗ୍ସ ମାମଲା: ଭାରତୀ ସିଂ ତାଙ୍କ ସ୍ବାମୀଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଏନ୍‌ସିବି

ମୁମ୍ବାଇ,୨୯।୧୦: ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଚାର୍ଜସିଟ ଦାଖଲ କରିଛି। ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ୨୦୨୦ ନଭେମ୍ବର ୨୧ରେ ଏନ୍‌ସିବି ଚଢାଉ କରିଥିଲା। ଏହି ଚଢାଉ ସମୟରେ ସେମାନଙ୍କ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ବୀକାର କରିଥିଲେ। ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିଲା।
ବର୍ତ୍ତମାନ ଦୁହେଁ ଜାମିନରେ ଅଛନ୍ତି ।

Share