ଏନ୍‌ସିବି ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନାହିଁ

ମୁମ୍ବାଇ,୨୭।୫: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଶୁକ୍ରବାର ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଆର୍ଯ୍ୟନଙ୍କୁ ‘କ୍ଲିନ ଚିଟ୍‌’ ମିଳିଛି। ଗତ ବର୍ଷ ମୁମ୍ବାଇରେ ଏକ କ୍ରୁଜ ଉପରେ ଚଢାଉ ବେଳେ ଆର୍ଯ୍ୟନଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା। ଆର୍ଯ୍ୟନ ୩ ସପ୍ତାହ ଧରି ଜେଲ୍‌ ରହିବା ପରେ କୋର୍ଟରୁ ଜାମିନ୍‌ ମିଳିଥିଲା ।
ଡ୍ରଗ୍ସ କ୍ରୁଜ ମାମଲାରେ ଏନସିବି ପକ୍ଷରୁ ଶୁକ୍ରବାର ଦିନ ସ୍ପେଶାଲ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରାଯାଇଛି । ଚାର୍ଜସିଟରେ ଆର୍ଯ୍ୟନଙ୍କ ନାମ ଉଲ୍ଲେଖ କରାଯାଇନାହିଁ।
ଏନସିବିର ବରିଷ୍ଠ ସଞ୍ଜୟ କୁମାର ସିଂଙ୍କ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆର୍ଯ୍ୟନ ଏବଂ ମୋହକ ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ନିଶା ସାମଗ୍ରୀ ଜବତ ହୋଇଥିଲା। ଏନଡିପିଏସ ଆକ୍ଟ ଅନୁଯାୟୀ, ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କ ବିରୋଧରେ ପ୍ରମାଣ ନ ଥିବାରୁ ମାମଲା ପଞ୍ଜୀକୃତ ହୋଇନାହିଁ।

Share