ଡ୍ରଗ୍ସ ମାମଲାରେ ଆଉ ଦୁଇ ଷ୍ଟାରଙ୍କ ନାମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତାଙ୍କ ନାମ ପୂର୍ବରୁ ପ୍ରକାଶ ପାଇଛି। ବର୍ତ୍ତମାନ ଏହି ଘଟଣାରେ ଆଉ ଦୁଇ ଟିଭି ଷ୍ଟାରଙ୍କ ନାମ ପ୍ରକାଶ ପାଇଛି। ଯାହାକୁ ନେଇ ଏନ୍‌ସିବି ତଦନ୍ତ କରୁଛି।
ଏକ ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ମାମଲାରେ ଏନ୍‌ସିବି ଅବୀଗଲ ପାଣ୍ଡେ ଏବଂ ସନମଙ୍କୁ ଡକାଇଛି। ବୁଧବାର ଏନ୍‌ସିବି ଏହି ଦୁଇଜଣଙ୍କୁ ପଚରାଉଚରା ପାଇଁ ଡାକିଛି। ଦୁହେଁ ମଧ୍ୟ ଡ୍ୟାନ୍ସ ରିୟାଲିଟି ଶୋ’ରେ ଏକ ଅଂଶ ହୋଇସାରିଛନ୍ତି। ଅବୀଗଲ ଅନେକ ଟିଭି ସିରିଏଲରେ ନଜର ଆସିଛନ୍ତ। ନିଶା କାରବାର କରୁଥିବା ଅଭିଯୁକ୍ତ ଅନୁଜ କେଶଓ୍ବାନୀ ଏବଂ ରାହିଲଙ୍କ ପରେ ଏହି ଦୁଇ ଷ୍ଟାରଙ୍କ ନାମ ଆସିଛି।

Share