ଡ୍ରଗ୍ସ ନେଇ ନାହାନ୍ତି ଅନନ୍ୟା!

ମୁମ୍ବାଇ,୨୨ ।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାଁଙ୍କ ସହ ହ୍ୱାଟଓ୍ ଆପ ଚାଟ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟ ଦିନ ବି ପଚରା ଉଚରା କରୁଛି । ଅନନ୍ୟା ଶୁକ୍ରବାର ଦିନ ୧୧ଟା ସୁଦ୍ଧା ହାଜର ହେବାର ଥିଲା । ହେଲେ ସେ ଘରୁ ପାଖାପାଖି ସାଢେ ଗୋଟାଏ ବେଳେ ବାହାରି ଏନ୍‌ସିବି ଅଫିସରେ ପହଞ୍ଚି ସାରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅନନ୍ୟା ଡ୍ରଗ୍ସ ନେବା ଓ ସପ୍ଲାଇ କରିବା କଥାକୁ ମନା କରିଛନ୍ତି । ଡ୍ରଗ୍ସ ମାମଲାରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ଆର୍ଯ୍ୟନଙ୍କ ସହ ଚ୍ୟାଟ କରିବା ଅଭିଯୋଗରେ ସମନ ଜାରି କରାଯାଇଛି । ଅଭିଯୋଗ ହୋଇଛି ଯେ ସେ ଆର୍ଯ୍ୟନ ଖାଁଙ୍କ ସହ ଯେଉଁ ଚ୍ୟାଟ୍ କରିଛନ୍ତି ସେଥିରେ ଅନନ୍ୟା ଗଞ୍ଜେଇ ସମ୍ପର୍କିତ କଥା କଥା ହୋଇଛନ୍ତି । ଅଭିଯୋଗ ଆହୁରି ମଧ୍ୟ ରହିଛି କି ଉକ୍ତ ଚ୍ୟାଟରେ ଆର୍ଯ୍ୟନ ଗଞ୍ଜେଇ ଆରେଞ୍ଜ କରିବା କଥା କଥା ହୋଇଛନ୍ତି । ଆର୍ଯ୍ୟନଙ୍କ ସହ ଅନନ୍ୟା ଯେଉଁ ଚ୍ୟାଟ କରିଥିଲେ ତାକୁ ନେଇ ଏନ୍‌ସିବି ପ୍ରଶ୍ନ କରିବାରୁ ସେ ଏହାକୁ ଥଟାମଜା ବୋଲି କହିଥେିଲ । ଏମାନେ ମଜାଳିଆ ଭାବେ ଏମିତି ଚ୍ୟାଟ କରିଛନ୍ତି । ଅନନ୍ୟାଙ୍କର ଡ୍ରଗ୍ସ ସହ କୌଣସି ଲିଙ୍କ ନାହିଁ ବୋଲି ସେ କହିଛନ୍ତି ।

Share