ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା ବେଳେ ଶନିବାର କମେଡିଆନ୍ ଭାରତି ସିଂଙ୍କ ଘରେ ଏନ୍‌ସିବି ଚଢାଉ କରିଛି । ଚଢାଉ ସମୟରେ ଭାରତିଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ ହୋଇଥିବା ବିଶେଷ ସୂତ୍ରର ମିଳିଥିବା ସୂଚନାରୁ ଜଣାପଡିଛି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାସହ ଯୋଡି ହୋଇ ଯାଇଥିବା ଡ୍ରଗ୍ସ ମାମଲାରେ ଏବେ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ କଲାଭଳି କିଛି ବ୍ୟକ୍ତି ବିଶେଷଙ୍କ ନାଁ ସାମ୍ନାକୁ ଆସିଛି । ଏଥିରେ ଏବେ ଯୋଡି ହୋଇଯାଇଛି ‘ଦ କପିଲ ଶର୍ମା ଶୋ’ର କମେଡିଆନ୍ ଭାରତି ସିଂଙ୍କ ନାମ । କେବଳ ସେତିକି ନୁହେଁ ଭାରତିଙ୍କ ସହ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ନାଁରେ ବି ଏନ୍‌ସିବି ସମନ ଜାରି କରିଥିବା କୁହାଯାଉଛି । ଅନ୍ଧେରି ସ୍ଥିତ ଭାରତିଙ୍କ ଘରେ ଏବେ ଏନ୍‌ସିବି ଚଢାଉ କରିଛି । ଏମାନେ ଖୁବଶୀଘ୍ର ମୁମ୍ବାଇ ସ୍ଥିତ ଏନ୍‌ସିବି କାର୍ଯ୍ୟାଳୟେର ପହଞ୍ଚିବେ ବୋଲି ଜଣାପଡିଛି । ନିକଟରେ ଏହି ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ବି ଏନ୍‌ସିବି ପଚରାଉଚରା କରିବା ସହ ତାଙ୍କ ଘରେ ଚଢାଉ କରିଥିଲା ।

Share