ଏନ୍‌ସିବି ପଞ୍ଝାରେ ଏହି ଲୋକପ୍ରିୟ କମେଡିଆନ୍‌; ଘରେ ଚାଲିଛି ଅଚାନକ ଚଢ଼ାଉ

ବମ୍ବେ: ଗୋଟିଏ ପରେ ଗୋଟିଏ କଳାକାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପଞ୍ଝାରେ। ଏବେ ଏହି ଜାଲରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ। ଏନ୍‌ସିବି ପକ୍ଷରୁ ତାଙ୍କ ଘରେ ଅଚାନକ ଚଢ଼ାଉ କରାଯାଇଛି। ଡ୍ରଗ୍ସ ମାମଲାରେ ଏହି ରେଡ୍‌ କରାଯାଇଥିବା ବେଳେ ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ଏନ୍‌ସିବି ସମନ ମଧ୍ୟ କରିଛି।
ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରିବା ବେଳେ ପୋଲିସ ହାତରେ ଲାଗିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏହା ପଛରେ ଡ୍ରଗ୍ସ ଲିଙ୍କ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ଏଣୁ ସୁଶାନ୍ତଙ୍କ ସମ୍ପର୍କୀୟ, ପ୍ରେମିକା ଓ ତାଙ୍କ ଭାଇ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାପରେ ଏନ୍‌ସିବି ଦୀପିକା ପାଦ୍ୟୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ ସିଂହଙ୍କୁ ସମନ କରି ପଚରାଉଚରା କରିଥିଲା। ନିକଟରେ ଅଭିନେତା ଅର୍ଜୁନ ରାମପାଳଙ୍କ ପ୍ରେମିକା ଗୈବ୍ରିଏଲା ଡେମେଟ୍ରିଏଡିସ୍‌ଙ୍କୁ ଛଅ ଘଣ୍ଟା ଧରି ଏନ୍‌ସିବି ପଚରାଉଚରା କରିଥିଲା। ଏପରିକି ତାଙ୍କ ଭାଇଙ୍କୁ ଗିରଫ ମଧ୍ୟ କରିଥିବା ଜଣାପଡ଼ିଥିଲା।

Share