Categories: ଜାତୀୟ

ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କିଲୋଗ୍ରାମ୍‌ରୁ ଅଧିକ ଡ୍ରଗ୍ସ୍‌ରେ ନିଆଁ ଲଗାଇଲେ ଏନସିବି…

ଚଣ୍ଡିଗଡ଼, ୩୦।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ(ଏନସିବି) ଦ୍ୱାରା ଚଣ୍ଡିଗଡ଼ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪ ଟି ସ୍ଥାନରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇ ନଷ୍ଟ କରାଯାଇଛି। ଅମିତ ଶାହା ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଡ୍ରଗ୍ସ କାରବାର ସମାଜ ପାଇଁ ବିପଦ। ଯେକୌଣସି ସମୃଦ୍ଧ ରାଷ୍ଟ୍ରରେ ଡ୍ରଗ୍ସ କାରବାର ପ୍ରତି ଶୂନ୍ୟ ସହନଶୀଳତା ରହିବା ଉଚିତ। ଡ୍ରଗ୍ଦ କାରବାରକୁ ରୋକିବା ଦ୍ୱାରା ଆମ ଯୁବ ପିଢ଼ିିଙ୍କୁ ସୁରକ୍ଷିତ ରଖାଯାଇ ପାରିବ। ଏନସିବି ଜୁନ ୧ ରୁ ଡ୍ରଗ୍ସ ଜବତ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ଜୁଲାଇ ୨୯ ପର୍ଯ୍ୟନ୍ତ ୧୧ ଟି ରାଜ୍ୟରେ ୫୧,୨୧୭ କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ଜବତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ଆହ୍ବାନ ଅବସରରେ ଏନସିବି ୭୫ ବର୍ଷ ସ୍ବାଧୀନତା ଦିବସ ପୂତ୍ତି ଅବସରରେ ୭୫ ହଜାର କିଲୋଗ୍ରାମ ଡ୍ରଗ୍ସ ନଷ୍ଟ କରିବାକୁ ସଂକଳ୍ପ ନେଇଛି। ଶନିବାର ୩୦,୪୬୮.୭୮୪ କିଲୋଗ୍ରାମ ଡ୍ରଗ୍ସ ଜଳାଯିବା ପରେ ଏହି ନିବାରଣ ପରେ ମୋଟ ନଷ୍ଟ ପରିମାଣ ପ୍ରାୟ ୮୧,୬୮୬ କିଲୋଗ୍ରାମରେ ପହଞ୍ଚିବାର ଆଶା ରହିଛି। ଯାହା ଏନସିବିର ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବ ବୋଲି କୁହାଯାଉଛି।

ନିଶା ମୁକ୍ତ ଭାରତ ସଂଗ୍ରାମରେ ଏହା ଏକ ବଡ଼ ସଫଳତା ହେବ। ଏହି ସମ୍ମିଳନୀରେ ପ୍ରଥମ ଥର ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଏଜେନ୍ସିର ପ୍ରତିନିଧ୍‌ତ୍ମାନେ ଉପସ୍ଥିତ ଥିଲେ।

Share