ଅନନ୍ୟାଙ୍କ ଘରୁ ଏନ୍‌ସିବି ଟିମ୍ ଜବତ କଲା ଇଲୋକ୍ଟ୍ରନିକ୍ସ ଜିନିଷ

ମୁମ୍ବାଇ,୨୧ ।୧୦: ଡ୍ରଗ୍ସ ମାମଲାର ଚେର ବଲିଉଡର କୋଣେ କୋଣେ ବ୍ୟାପିଯାଇଥିବା ଆଲୋଚନା ହେଲାଣି । ନିକଟରେ କ୍ରୁଜ ଡ୍ରଗ୍ସ ମାମାଲାରେ ଫସି ରହିଥିବା ଆର୍ଯ୍ୟନ ଖାଁଙ୍କୁ ଜାମିନ ହୋଇ ପାରୁ ନ ଥିବା ବେଳେ ଏପଟେ ଆଉ ଜଣେ ଷ୍ଟାର କିଡଙ୍କ ଘରେ ପହଞ୍ଚିଛି ଏନ୍‌ସିବି ଟିମ୍ । ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏବେ ଏହି ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ପଡିଛନ୍ତି । ଗୁରୁବାର ତାଙ୍କ ଘରେ ଏନ୍‌ସିବି ବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢାଉ କରି ତାଙ୍କୁ ନୋଟିସ ଜାରି କରିଛି । ମୋବାଇଲ, ଲ୍ୟାପଟପ ସମେତ କିଛି ଇଲୋକ୍ଟ୍ରନିକ୍ସ ଜିନିଷ ଜବତ କରିଥିବା ବେଳେ ଅପରାହ୍ନରେ ଏ ବିଷୟରେ ତାଙ୍କୁ ପଚରା ଉଚରା କରାଯିବ ବୋଲି ଜଣାପଡିଛି । ତେବେ ଅନନ୍ୟ ଅଭିଯୁକ୍ତ କି ସାକ୍ଷୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share