ପ୍ରଥମଥର ବିମାନରେ ଦିଲ୍ଲୀ ଯାତ୍ରା କଲେ ଏନ୍‌ସିସି ଛାତ୍ରୀଛାତ୍ର

ଭୁବନେଶ୍ୱର,୨୭ା୧୨(ଅସମାପିକା ସାହୁ): ଜାତୀୟସ୍ତରୀୟ ସାଧାରଣତନ୍ତ୍ରର ଦିବସରେ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି କୃତୀ ଓ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି) କ୍ୟାଡର ଛାତ୍ରୀଛାତ୍ର। ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ୍ରୀଛାତ୍ରଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ ଏହି ଅବସରରେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷଠାରୁ ଓ କୃତୀ ଏନ୍‌ସିସି କ୍ୟାଡଟ୍‌ମାନଙ୍କ ସୁଗମ ଯାତ୍ରାକୁ ସୁନଶ୍ଚିିତ କରିବା ପାଇଁ ପ୍ରଥମ ଥର ବିମାନଯାତ୍ରାର ସୁବିଧା ଯୋଗାଇ ଦିଆଯାଇଛି। ୭୦ ହଜାର କ୍ୟାଡେଟ୍‌ଙ୍କ ମଧ୍ୟରୁ ବିଭିନ୍ନ ପ୍ରକାର ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡେଟ୍‌ଙ୍କୁ ଚୟନ କରାଯାଇଥିଲା। ସେଥିମଧ୍ୟରୁ ୨୯ ଜଣ କୃତୀ କ୍ୟାଡେଟ୍‌ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦିଲ୍ଲୀ ଯାତ୍ରା କରିଛନ୍ତି।

Share